ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କର ଜୟନ୍ତୀ ପାଳନ କରାଯାଇଛି |ଭାରତୀୟ ଜାତୀୟ ସଙ୍ଗୀତ “ଜନ ଗଣ ମନ “ର ସ୍ରଷ୍ଟା ଏବଂ ଭାରତର ସର୍ବପ୍ରଥମ ନୋବେଲ ପୁରସ୍କାର ବିଜେତା |ସେ ହେଉଛନ୍ତି ଭାରତୀୟ ଭାଷା ସାହିତ୍ୟର ଅନନ୍ୟ ସ୍ମରଣୀୟ ପରିଚିତ |ସେ ବହୁବାର ପୁରୀ ଆସି “ପାଥାରପୁରୀ “ନାମିତ ନିଜ ବାସଗୃହ ରେ ରହି ସାହିତ୍ୟ ସାଧନା କରିଛନ୍ତି ଏବଂ ନିଜ ସୃଜନ କ୍ଷେତ୍ରକୁ ବିସ୍ତୃତ କରିଥିଲେ |ସେ ଏକାଧାରରେ ଥିଲେ ଜଣେ କବି, ଚିତ୍ରଶିଳ୍ପୀ, ସଙ୍ଗୀତଜ୍ଞ, ଶିକ୍ଷାବିତ ଓ ଦାର୍ଶନୀକ |ଜଣାଯାଏ ଯେ ରବୀନ୍ଦ୍ରନାଥ ଗାନ୍ଧିଜୀଙ୍କୁ “ମହାତ୍ମା “ଆଖ୍ୟାରେ ଭୁଷିତ କରିଥିଲେ |ସେହିଦିନ ଠାରୁ ଗାନ୍ଧିଜୀ ବିଶ୍ୱ ଇତିହାସ ରେ “ମହାତ୍ମାଗାନ୍ଧୀ “ରୂପେ ପରିଚିତ ହୋଇଥିଲେ |ପୁରୀରେ ସମୁଦ୍ର ଦର୍ଶନ କବିଙ୍କର ଭାବପ୍ରବଣ ମାନସକୁ ତରଙ୍ଗାୟିତ କରିଥିଲା |ତାଙ୍କ ରଚିତ ‘ସମୁଦ୍ର ପ୍ରତି’ ରେ ଦିଗନ୍ତ ବିସ୍ତୃତ ସାଗର ସୌନ୍ଦର୍ଯ୍ୟର ଅପରୂପ ଶୋଭା ବର୍ଣ୍ଣିତ ହୋଇଛି |ତାଙ୍କ ରଚିତ ‘ସିନ୍ଧୁ ତରଙ୍ଗ ‘କବିତା ପୁରୀ ସମୁଦ୍ରର ପୃଷ୍ଠ ଭୂମିରେ ହିଁ ଲିଖିତ |
ଶ୍ରୀକ୍ଷେତ୍ରର ଏହି “ପାଥାରପୁରୀ” ପ୍ରସାଦ କୁ ନବୀକରଣ କରାଯାଉ ବିଶ୍ୱ କବିଙ୍କ ନାମରେ ଏକ ସଂଗ୍ରହାଳୟ ରବୀନ୍ଦ୍ର ସ୍ମୃତି ପୀଠାଗାର କିମ୍ବା ରବୀନ୍ଦ୍ର ସମ୍ମିଳନୀ କକ୍ଷ ନିର୍ମାଣ କରାଯାଉ ଏବଂ ଏହି ପ୍ରାଚୀନ ସମ୍ପତ୍ତିକୁ ଅନ୍ୟ ଉଦେଶ୍ୟରେ ବ୍ୟବହାର ନ କରି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ରାବାସ ସହିତ ରବୀନ୍ଦ୍ରଙ୍କ ସ୍ମୃତି ଉଦେଶ୍ୟରେ ବ୍ୟବହାର କରିବା ପାଇଁ ସାରସ୍ୱତ ଅନୁଷ୍ଠାନ “ଅଭିନନ୍ଦନିକା “ପକ୍ଷରୁ ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଦୁଇ ଦୁଇ ଥର ଦାବିପତ୍ର ପ୍ରଦାନ କରାଯାଇଛି |ଏହା ମଧ୍ୟ ବିଭିନ୍ନ ଗଣମାଧ୍ୟମ ରେ ପ୍ରଚାରିତ ଓ ପ୍ରସାରିତ ହୋଇଛି ମଧ୍ୟ | “ପାଥାରପୁରୀ” ପରିସରରେ ବିଶ୍ୱକବିଙ୍କ ଏକ ପ୍ରତିମୂର୍ତ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଅଛି |ଏହି ଐତିହ ଗୃହର ପୁନଃଉଦ୍ଧାର କରି ରବୀନ୍ଦ୍ରନାଥ ଟାଗୋରଙ୍କୁ ସଂମ୍ମାନ ଜଣାଇବା ପାଇଁ ପୁରୀ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପ୍ରଦର୍ଶନ କରିବାରେ ବିଫଳ ହୋଇଛି |ଅବସ୍ଥା ଏମିତି ହୋଇଛି ଯେ ରବୀନ୍ଦ୍ରନାଥ ଆଜି ଜୟନ୍ତୀ ଦିବସ ରେ ମଧ୍ୟ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ନାହିଁ |ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି “ଅଭିନନ୍ଦନିକା “ର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି କ୍ଷୋଭ ପ୍ରକାଶ କରିଛନ୍ତି |
Related Stories
November 23, 2024