
ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ନିଲିଗୁଡ଼ା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ବୁଦୁରା ପଡିଆମିଙ୍କୁ ଗତକାଲି ରାତିରେ କେହି ଦୁର୍ବୃତ ଅତ୍ୟନ୍ତ ନିର୍ମମ ଭାବେ ଗଳାକାଟି ହତ୍ୟା କରିଛି । ସେ ଶୋଇଥିବା ବେଳେ ତାଙ୍କ ଗଳାକାଟି ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଘରେ ପଡିଥିବାର ଦେଖି ପରିବାର ଲୋକେ ଓ ଗ୍ରାମବାସୀ ପଡ଼ିଆ ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ହତ୍ୟାକାଣ୍ଡର ତଦନ୍ତ ଚଳାଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୁଦୁରା ଗୁଣିଗାରେଡ଼ି କରୁଥିଲା । ଏଣୁ, ଗୁଣିଗାରେଡ଼ିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।