
ବାରିପଦା, ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ଗଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡର ବିଶୋଇ ରେଞ୍ଜର ଟୁଙ୍ଗୁରୁ ଜଙ୍ଗଲରେ ।ସୂଚନା ଅନୁଯାୟୀ, ବିଶୋଇ ଥାନା ଦୁଧକୁଣ୍ଡି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ନାବାଳିକା ଗାଁ ପାଖ ଜଙ୍ଗଲକୁ ଶାଗ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ୮ ବର୍ଷିୟା ଝିଅ ମେଘନା ବିନ୍ଧାଣି ଓ ୪୫ ବର୍ଷିୟ କାନ୍ଦରି ମୁର୍ମୁଙ୍କ ମୃତ୍ୟୁ ଘଟିଥିଲା । ଏମାନେ ସମ୍ପର୍କରେ ଆଇ ନାତୁଣୀ । ତେବେ ଧାନୀ ବିନ୍ଧାଣି ନାମକ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧିନ ଥିବା ଜଣାପଡିଛି । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଥିବା ସୂଚନା ମିଳିଛି । ଆହତ ମହିଳା ଜଣଙ୍କର ବୟସ ୩୦ ବର୍ଷ । ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।