-
ଏପ୍ରିଲ ମାସରେ ସାପ୍ତାହିକ ସୁସ୍ଥତା ୫୩ ହଜାରରୁ ୩ ଲକ୍ଷକୁ ବୃଦ୍ଧି ପାଇପାରିଛି
ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ ଟିକାକରଣ ୧୬.୨ କୋଟିକୁ ଅତିକ୍ରମ କରିପାରିଛି ।
୧୨ ରାଜ୍ୟରେ ୧୮-୪୪ ବର୍ଷ ବର୍ଗର ୯,୦୪,୨୬୩ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ଏସବୁ ରାଜ୍ୟ ହେଲା ଛତିଶଗଡ଼ (୧,୦୨୬), ଦିଲ୍ଲୀ (୧,୨୯,୦୯୬), ଗୁଜରାଟ (୧,୯୬,୮୬୦), ଜମ୍ମୁ ଏବଂ କାଶ୍ମୀର (୧୬,୩୮୭), ହରିଆନା (୧,୨୩,୪୮୪), କର୍ଣ୍ଣାଟକ (୫,୩୨୮), ମହାରାଷ୍ଟ୍ର (୧,୫୩,୯୬୬), ଓଡ଼ିଶା (୨୧,୦୩୧), ପଞ୍ଜାବ (୧,୫୩୫), ରାଜସ୍ଥାନ (୧,୮୦,୨୪୨), ତାମିଲନାଡ଼ୁ (୬,୪୧୫) ଏବଂ ଉତ୍ତର ପ୍ରଦେଶ (୬୮,୮୯୩) ।
ଆଜି ସକାଳ ୭ଟା ସୁଦ୍ଧା ୨୯,୩୪,୮୪୪ ସେସନରେ ମୋଟ ୧୬,୨୫,୧୩,୩୩୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି, ୯୪,୮୦,୭୩୯ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୩,୫୪,୧୧୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୩୬,୫୭,୯୨୨ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୭୪,୨୫,୫୯୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮.୪୫ ବର୍ଷ ବର୍ଗର ୯,୦୪,୨୬୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୩୧,୧୬,୯୦୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୧,୨୯,୧୫,୩୫୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ରୁ ୬୦ ବର୍ଷ ବର୍ମର ୫,୩୮,୧୫,୦୨୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪୮,୪୩,୪୨୯ ଜଣଙ୍କ ଦ୍ୱିତୀୟ ଡୋଜ୍ ।
ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୩,୮୪୬ ଟି ନୂଆ ମାମଲା
ରାୟପୁର, ୦୭ ମଇ (ହି.ସ.) ଛତିଶଗଡରେ ଗତ ୨୪ ଘଂଟାରେ କରୋନାର ୧୩,୮୪୬ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧,୩୧,୨୪୫ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।