
-
ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ

ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୭.୧୫ କୋଟି (୧୭,୧୫,୪୨,୪୧୦) ଟିକା ଡୋଜ ପ୍ରଦାନ କରିସାରିଲେଣି । ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୬,୨୬,୧୦,୯୦୫ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।
ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ୮୯ ଲକ୍ଷରୁ ଅଧିକ କୋଭିଡ ଟିକା ଡୋଜ (୮୯,୩୧,୫୦୫) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ । ନକାରାତ୍ମକ ସନ୍ତୁଳନ ଥିବା ରାଜ୍ୟ ସେମାନଙ୍କୁ ଯୋଗାଣ ହୋଇଥିବା ଟିକା ଠାରୁ ଅଧିକ ବ୍ୟବହାର (ନଷ୍ଟ ସହିତ) କରୁଥିବା ଦେଖିବାକୁ ମିଳୁଛି କାରଣ ସେମାନେ ସଶସ୍ତ୍ର ବଳକୁ ଯୋଗାଇଥିବା ଟିକାକୁ ଏହା ସହିତ ମେଳ ଖୁଆଇ ନାହାନ୍ତି ।ଅଧିକନ୍ତୁ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷରୁ ଅଧିକ (୨୮,୯୦,୩୬୦) ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ ।