

ଉତର ପ୍ରଦେଶରେ ୨୬,୭୮୦ କରୋନା ନୂଆ ମାମଲା
ଲକ୍ଷ୍ନୌ , ଉତର ପ୍ରଦେଶରେ ଗତ ୨୪ ଘଂଟାରେ ୨୬,୭୮୦ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଉତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୨,୫୯,୮୪୪ସକ୍ରିୟ ମାମଲା ରହିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୪,୫୦୧ ଜଣଙ୍କର ମୃତ୍ୟୁ ଘଟିଛି ।
କେରଳରେ ଗତ ୨୪ ଘଂଟାରେ ୪୨,୪୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ତିରୁବନନ୍ତପୁରମ , କେରଳରେ ଗତ ୨୪ ଘଂଟାରେ ୪୨,୪୬୪ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୯୦,୯୦୬ ହୋଇ ଯାଇଛି ।