ଆଜି ଚିହ୍ନଟ ହୋଇଥିବା ୧୨୨୩୮ ଜଣଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ହୋଇଥିବା ବେଳେ ୫୩୨୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ୨୦୭୩ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୪୩୭ ଜଣ, ବରଗଡ଼ରୁ ୪୭୫ ଜଣ, ଭଦ୍ରକରୁ ୩୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୩୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୧୨୮, କଟକରୁ ୯୧୬ ଜଣ, ଦେବଗଡ ଜିଲ୍ଲାରୁ ୬୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୨ ଜଣ, ଗଜପତି ଜିଲ୍ଲାରୁ ୯୧, ଗଞ୍ଜାମରୁ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୬୮ ଜଣ, ଯାଜପୁରରୁ ୩୧୮ ଜଣ, ଝାରସୁଗୁଡ଼ାରୁ ୩୦୬ ଜଣ, କଳାହାଣ୍ଡିରୁ ୫୮୦ ଜଣ, କନ୍ଧମାଳ ଜିଲ୍ଲାରୁ ୬୯ ଜଣ. କେନ୍ଦ୍ରାପଡ଼ାରୁ ୧୯୨ ଜଣ, କେନ୍ଦୁଝରରୁ ୧୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୮୨୮ ଜଣ, କୋରାପୁଟରୁ ୧୩୦ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୫୭ ଜଣ, ନବରଙ୍ଗପୁରରୁ ୨୮୨ ଜଣ, ନୟାଗଡ଼ରୁ ୧୯୪ ଜଣ, ନୂଆପଡ଼ାରୁ ୨୯୦ ଜଣ, ପୁରୀରୁ ୩୬୯ ଜଣ, ରାୟଗଡ଼ାରୁ ୨୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୫୪୪ ଜଣ, ସୋନପୁରରୁ ୧୫୯ ଜଣ, ସୁନ୍ଦରଗଡ଼ରୁ ୨୦୭୩ ଜଣ ଓ ଷ୍ଟେଟ୍ ପୁଲରୁ ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।