-
ଗ୍ରାମବାସୀଙ୍କ ବିରୋଧ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି,
ରାଜ୍ୟରେ ସରକାର ଲକଡାଉନ ଲାଗୁ କରିଥିବା ବେଳେ ଗତ ଦୁଇଦିନ ଧରି ପିଇବା ପାଣି ପାଇଁ ପୁରୀବାସୀ ହନ୍ତସନ୍ତ | ଲକଡାଉନ ସମୟରେ ପୁରୀବାସୀ ଘରୁ ବାହାରକୁ ବାହାରୁ ନଥିବା ବେଳେ ଗତ ଦୁଇଦିନ ଧରି ପିଇବା ପାଣି ପାଇଁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି |ପୁରୀ ସହରରେ ଥିବା ସମସ୍ତ ପାଣି ଟାଙ୍କିକୁ ସହରରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ଆସିଥାଏ |ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପହଞ୍ଚୁଥିବା ମଙ୍ଗଳା ନଦୀର ପାଣି ଉତ୍ତର କଣା ଗ୍ରାମବାସୀ ବନ୍ଧ ବାନ୍ଧି ଅଟକାଇ ଦେଇଛନ୍ତି |ଏକ ମାସ ଧରି ବନ୍ଧ ବନ୍ଧାଇ ପାଣି ଅଟକାଇବା ସହିତ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି | ଏହି ସବୁ ସମସ୍ୟା ଜାଣିବା ପରେ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା |ସୂଚନା ଅନୁସାରେ ଓଡିଶା ସରକାର ଏରି୍ଗେସନ ବିଭାଗ ଅଧିକାରୀ ମାନେ ଗ୍ରାମବାସୀ ଙ୍କ ଜମି ଏହି ପ୍ଲାଣ୍ଟ ପର୍ଯ୍ୟନ୍ତ ପାଣି ପହଞ୍ଚାଇବା ପାଇଁ କିଣିଥିଲେ |ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମି ବାବଦ ଟଙ୍କା ମିଳିନାହିଁ |ସେଥିପାଇଁ ଗ୍ରାମର ପାଖାପାଖି ୨୦୦ ରୁ ଉର୍ଦ୍ଧ ଲୋକ ଏକତ୍ରିତ ହୋଇ ପାଣିକୁ ଅଟକାଇଛନ୍ତି |ପ୍ରଶାସନ ତରଫରୁ ଗ୍ରାମବାସୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା |ଗତ ପାଞ୍ଚ ଦିନ ଧରି ଟାଙ୍କିରେ ମହଜୁଦ ଥିବା ପାଣି ଅଳ୍ପ ଅଳ୍ପ କରି ଦିଆଯାଇ ଥିଲା | ବୁଧବାର ଦିନ ତାହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି |ଆଗାମୀ ଦିନରେ ପୁରୀବାସୀ ପାଣିକୁ ନେଇ ଅଧିକ ଅସୁବିଧା ର ସମ୍ମୁଖୀନ ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାପାଇଁ ଦାବୀ |