ଆଜି ଚିହ୍ନଟ ହୋଇଥିବା ୧୦୫୨୧ ଜଣଙ୍କ ମଧ୍ୟରୁ ୫୯୪୫ ଜଣ ସଂଗରୋଧରୁ ହୋଇଥିବା ବେଳେ ୪୫୭୬ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୪୭୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୯୭ ଜଣ, ବରଗଡ଼ରୁ ୫୪୩ ଜଣ, ଭଦ୍ରକରୁ ୧୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୩୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲାରୁ ୨୫୦, କଟକରୁ ୯୬୩ ଜଣ, ଦେବଗଡ ଜିଲ୍ଲାରୁ ୮୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୮ ଜଣ, ଗଜପତି ଜିଲ୍ଲାରୁ ୧୧୩, ଗଞ୍ଜାମରୁ ୧୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୧୭ ଜଣ, ଯାଜପୁରରୁ ୩୭୩ ଜଣ, ଝାରସୁଗୁଡ଼ାରୁ ୩୧୪ ଜଣ, କଳାହାଣ୍ଡିରୁ ୫୭୧ ଜଣ, କନ୍ଧମାଳ ଜିଲ୍ଲାରୁ ୭୨ ଜଣ. କେନ୍ଦ୍ରାପଡ଼ାରୁ ୧୨୧ ଜଣ, କେନ୍ଦୁଝରରୁ ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୪୭୭ ଜଣ, କୋରାପୁଟରୁ ୧୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୮୮ ଜଣ, ନବରଙ୍ଗପୁରରୁ ୪୦୪ ଜଣ, ନୟାଗଡ଼ରୁ ୨୨୪ ଜଣ, ନୂଆପଡ଼ାରୁ ୩୦୪ ଜଣ, ପୁରୀରୁ ୩୧୯ ଜଣ, ରାୟଗଡ଼ାରୁ ୧୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୬୦ ଜଣ, ସୋନପୁରରୁ ୧୧୨ ଜଣ, ସୁନ୍ଦରଗଡ଼ରୁ ୧୧୬୮ଜଣ ଓ ଷ୍ଟେଟ୍ ପୁଲରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।