କେନ୍ଦା୍ରପଡ଼ା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଂଚାୟତ ଠାରେ ମା ଲକ୍ଷ୍ମୀ ପୂଜା ମଣ୍ଡପରେ ଭକ୍ତି ନୈବେଦ୍ୟ ପୁସ୍ତକ ଉନ୍ମୋଚିତ ହୋଇଛି । କୋଲିଆ ଛକରେ ଦୀର୍ଘ ୫୨ ବର୍ଷ ହେଲା ମା ଲକ୍ଷ୍ମୀ ପୂଜା କରାଯାଉଛି । ଉକ୍ତ ଅଂଚଳରେ ପ୍ରାୟ ୧୪ ଗୋଟି ମେଢରେ ଲକ୍ଷ୍ମୀ ପୂଜା ପାଉଛନ୍ତି । ଏହି ପୂଜା ମଣ୍ଡପରେ ଦିବାକର ଥାଟୋଇଙ୍କ ଦ୍ୱାରା ଲିଖିତ ଭକ୍ତି ନେବେଦ୍ୟ ପୁସ୍ତକ ଉନ୍ମୋଚିତ ଉତ୍ସବ ଅନୁତ ହୋଇଯାଇଛି । ଅଭିମନୁ୍ୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ରଘୁନାଥ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବସନ୍ତ କୁମାର ଘୋଷାଲ, ପରମାନନ୍ଦ ଥାଟୋଇ, ନିରଞ୍ଜନ ବଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ରଞ୍ଜନ କୁମାର ଜେନା ମଂଚ ପରିଚଳନା କରିଥିବା ବେଳେ ରାଜନ ପ୍ରସାଦ ଥାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
October 25, 2024