
କେନ୍ଦା୍ରପଡ଼ା – କେନ୍ଦ୍ରପଡା ଜିଲ୍ଲା ଡେରାବିଶ ଅଧିନ ଭଗବତୀ ନୋଡାଲ ହାଇସ୍କୁଲ କ୍ଲଷ୍ଟର ପକ୍ଷରୁ ଦାମୋଦର ଜୀୟୁ ବିଦ୍ୟାପୀଠ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଅନୁÂିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗରୁଡ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିଶୁ ମହୋତ୍ସବରେ ଭଗବତୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଲେଖ ପ୍ରସାଦ ରାଉତ ମୁଖ୍ୟବକ୍ତା, ହୃଷିକେଶ ସ୍ୱାଇଁ ସମ୍ମାନିତ ଅତିଥି ଓ ସିଆରସିସି ଖଗେଶ୍ୱର ନାଥ ଅଣ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ବକ୍ତୃତା ପ୍ରତିଯୋଗିତା, ସାଧାରଣଜ୍ଞାନ ପରୀକ୍ଷା, ଚିତ୍ରାଙ୍କନ, ବିଜ୍ଞାନ ଭିତିକ କୁଇଜ, ଗଣିତ, ପ୍ରବନ୍ଧ ଲିଖନ ଓ ସଂଗୀତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ବିଭୁତିଭୁଷଣ ନାୟକ ଓ ପ୍ରଶାନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ସଯୋ କରିଥିଲେ ।