ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୨୦୬୨ କରୋନାର ନୂଆ ମାମଲା, ୯୩ ମୃତ
ଭୋପାଳ , ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୨୦୬୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୯୩ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮୫,୭୫୦ହୋଇ ଯାଇଛି । ବର୍ତମାନ ସୁଦ୍ଧା ୪,୬୩୬ ଜଣଙ୍କର ମୃତ୍ୟୁ ଘଟିଛି ।
ପଂଜାବରେ ଗତ ୨୪ ଘଂଟାରେ ୬,୭୯୮ କରୋନାର ନୂଆ ମାମଲା
ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୬,୭୯୮ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୭୦୯ ହୋଇଛି ।