ଦେଶର ଓ ରାଜ୍ୟର ଏହି ଘୋର ବିପଦ ସମୟରେ ମଣିଷର ଆଶା ଭରସା ମଉଳି ଯାଉଥିବା ବେଳେ ଲୋକଙ୍କୁ ବଞ୍ଚାଇ ରଖିବା ପାଇଁ ତାଲା ବନ୍ଦ ଘୋଷଣା ସମୟୋପଯୋଗୀ ଓ ସ୍ୱାଗତଯୋଗ୍ୟ । କରୋନାର ପ୍ରଥମ ଲହରରେ ପ୍ରାୟ ୭୮% ଲୋକ କଟକଣା ମାନି ଚଳିଥିଲେ । ବର୍ତମାନ ଦ୍ଵିତୀୟ ଲହରରେ ପ୍ରାୟ ୯୪% ଲୋକ କଟକଣା ମାନି ଚଳୁଛନ୍ତି । ସାଧାରଣ ଜନତା କରୋନାରୁ ବଂଚିଯାଇପରନ୍ତି ମାତ୍ର ଖାଦ୍ୟବିନା ମରିଯିବାର ସମ୍ଭାବନାକୁ ଅସ୍ବୀକାର କରାଯାଇପାରିବ ନାହିଁ ।ରାଜ୍ୟ ସରକାର ରେସନ କାର୍ଡଧାରୀଙ୍କୁ କରୋନା କଟକଣା ସହାୟତା ନିମନ୍ତେ ପାଞ୍ଚ କିଲୋଗ୍ରାମ ଚାଉଳ ଅତ୍ୟଧିକ ଆକାରରେ ଦେବେ ବୋଲି ଘୋଷଣା କରିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ,ଏହି ଜାତୀୟ ବିପତ୍ତିରେ କ’ଣ କେବଳ କାର୍ଡଧାରୀମାନେ ଅସୁବିଧା ଭୋଗିବେ ନାଁ ସମସ୍ତେ ? ଲକଡାଉନ ସମୟରେ ଦିନମଜୁରିଆ ,ଛୋଟ ଛୋଟ ବେପାରୀ ,ବୁଲାବିକାଳୀ ,ବଡ଼ ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଲଜ ହୋଟେଲର କର୍ମଚାରୀମନେ ଖାଦ୍ୟାଭାବର ସମ୍ମୁଖୀନ ହେବେ,ଏଥିରେ ସନ୍ଦେହ ନାହିଁ । ସରକାର ଗରିବଙ୍କ ପାଇଁ କାନ୍ଦି ପକାଉଥିବା ବେଳେ ,ମଧ୍ୟବିତ୍ତଙ୍କ ପାଇଁ ଆଖି ବୁଜିଦେଇଛନ୍ତି । ସବୁ ସରକାର ମଧ୍ୟବିତ୍ତ ଜନତାଙ୍କୁ ଅଣଦେଖା କରି ,ସେମାନଙ୍କୁ ଏକ ପ୍ରକାର ଅତ୍ୟାଚାର କରିଚାଲିଛନ୍ତି ।ମଧ୍ୟବିତ୍ତ ଜନତା କ’ଣ ଭୋଟର ନୁହଁନ୍ତି କି ?
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ,ଲକଡାଉନ ସମୟରେ ପ୍ରତ୍ୟେକ ମନ୍ଦିରର ସେବାୟତ (ଶ୍ରୀମନ୍ଦିରବ୍ୟତୀତ ) , ବ୍ରାହ୍ମଣ ,ପୁରୋହିତ ଓ ଶ୍ରୀମନ୍ଦିରସ୍ଥ ମୁକ୍ତିମଣ୍ଡପ ପଣ୍ଡିତବୃନ୍ଦ ,ଆନନ୍ଦ ବଜାର ବ୍ରାହ୍ମଣ ଓ ବାଇଶି ପାହାଚ ବ୍ରାହ୍ମଣମାନେ ଅର୍ଥାଭାବର ସମ୍ମୁଖୀନ ହେବେ ,ଫଳରେ ଖାଇବାକୁ ମୁଠାଏ ପାଇବେ ନାହିଁ । ଶ୍ରୀମନ୍ଦିରରେ କାର୍ଯ୍ୟରତ୍ତ ଯୋଗଣିଆ ଓ ବୋଝିଆଙ୍କର ମଧ୍ୟ ଏକା ଅବସ୍ଥା ହେବ । ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନ କରିବା ପକ୍ଷପାତିତାର କଥା ଓ ବିଚାରଯୋଗ୍ୟ ।
ସୁତରାଂ, କରୋନା ଲକଡାଉନ ସମୟରେ କେବଳ ରେସନ କାର୍ଡଧାରୀ ଓ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହିତ ଉପରଲିଖିତ ସମସ୍ତଙ୍କ ପାଇଁ ସହାୟତା ଯୋଗାଇଦେବା ଉଚିତ ହେବ ନଚେତ ଅଗାମିଦିନରେ ମଧ୍ୟବିତ୍ତ ଜନତା , ଅନ୍ୟ ସମସ୍ତ ମନ୍ଦିରର ସେବାୟତ ଓ ବ୍ରାହ୍ମଣ ,ଶ୍ରୀମନ୍ଦିରସ୍ଥ ସମସ୍ତ ବ୍ରାହ୍ମଣ ଓ ଅନ୍ୟମାନେ ସରକାରଙ୍କ ଭୋଟର ନୁହେଁ ବୋଲି ନିଜକୁ ବିବେଚନା କରିବେ ବୋଲି ଓଡିଶା ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ରଥ କହିଛନ୍ତି |
Related Stories
November 24, 2024
November 24, 2024