
-
ମୋଟ ଜିଏସ୍ଟି ପରିମାଣ ୧, ୪୧, ୩୮୪ କୋଟି ଟଙ୍କା

ଚଳିତବର୍ଷ ଏପ୍ରିଲ ମାସରେ ଯେଉଁ ଜିଏସ୍ଟି ସଂଗୃହୀତ ହୋଇଛି ତାହା ଏକ ରେକର୍ଡ । ଦେଶରେ ଜିଏସ୍ଟି ପ୍ରବର୍ତ୍ତନ ହେବା ପରଠାରୁ ଏତେ ପରିମାଣର ଜିଏସ୍ଟି ବାବଦ ରାଜସ୍ୱ ଏ ଯାଏଁ ସଂଗୃହୀତ ହୋଇ ନ ଥିଲା । ଚଳିତବର୍ଷ ମାର୍ଚ୍ଚ ମାସଠାରୁ ମଧ୍ୟ ଏପ୍ରିଲରେ ୧୪ଶତାଂଶ ଅଧିକ ଜିଏସ୍ଟି ସଂଗୃହୀତ ହୋଇଛି । ଗତ ଛ’ମାସ ଧରି ଜିଏସ୍ଟି ସଂଗ୍ରହରେ ପ୍ରଗତି ପରିଲକ୍ଷିତ ହୋଇଆସୁଛି । ଏପ୍ରିଲରେ ସଂଗୃହୀତ ଜିଏସ୍ଟିର ଆଉ ଏକ ବିଶେଷତ୍ୱ ହେଲା ଏଥିରେ ମାର୍ଚ୍ଚ ଅପେକ୍ଷା ଘରୋଇ କାରବାର କ୍ଷେତ୍ରରେ ଅଧିକ ୨୧ ଶତାଂଶ ରାଜସ୍ୱ ଆଦାୟ ହୋଇଛି ।
ଗତ ସାତ ମାସ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଜିଏସ୍ଟି ସଂଗ୍ରହ ପରିମାଣ ମାସିକ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଆସୁଛି । ଏ କ୍ଷେତ୍ରରେ ମଧ୍ୟ ନିରନ୍ତର ରାଜସ୍ୱ ବୃଦ୍ଧି ଘଟୁଛି । ଏସବୁ ସ୍ପଷ୍ଟଭାବେ ସୂଚାଉଛି ଯେ ଏହି ସମୟରେ ଦେଶରେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ସଫଳ ହୋଇଛି । ଆହୁରି ମଧ୍ୟ ଟିକସ ପ୍ରଶାସନ ପକ୍ଷରୁ ରାଜସ୍ୱ / ଜିଏସ୍ଟି ଆଦାୟର ନିଷ୍ଠା ଓ ପ୍ର୍ରୟାସ ଜାରି ରଖାଯାଇଛି । ଜାଲ୍ ବିଲ୍ ପୈଠ, ଟିକସ ଏବଂ ଜିଏସ୍ଟି ଠକେଇ ଓ ଫାଙ୍କିବା ଆଦି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯିବା ସହିତ ବିଭିନ୍ନ ରାଜସ୍ୱ ଉତ୍ସର ତଥ୍ୟାବଳୀକୁ ଗଭୀରଭାବେ ଅନୁଶୀଳନ କରାଯାଇ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ଜିଏସ୍ଟି, ଆୟକର, ସୀମାଶୁଳ୍କ ଆଦି କ୍ଷେତ୍ରରେ ରାଜସ୍ୱ ଆଦାୟ ଭଲ ରହିଛି ।
ସେହିଭଳି ତ୍ରୈମାସିକ ରିଟର୍ଣ୍ଣ ଓ ମାସିକିଆ ଟିକସ ଦାଖଲ ବ୍ୟବସ୍ଥା ସଫଳତାର ସହିତ କାର୍ଯ୍ୟ କରୁଛି । ଏହାଦ୍ୱାରା ଛୋଟମୋଟ ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିଛି । ସେମାନେ ପ୍ରତି ତିନିମାସରେ ଗୋଟିଏ ରିଟର୍ଣ୍ଣ ଦାଖଲ କରୁଛନ୍ତି । ଟିକସ ଦାତା ପ୍ରି ଫିଲ୍ଡ ଜିଏସ୍ଟି-ଆର ୨ଇ ଏବଂ ୩ଈ ରିଟର୍ଣ୍ଣ ଫ୍ରର୍ମ ମାଧ୍ୟମରେ ଆଇଟି ସହାୟତା ଯୋଗାଇ ଦିଆଯାଉଛି । ଆଇଟି ସିଷ୍ଟମର ଦକ୍ଷତା ବୃଦ୍ଧି ଓ ପରିସରକୁ ସୁଦୃଢ କରାଯିବା ଫଳରେ ରିଟର୍ଣ୍ଣ ଫାଇଲ ପ୍ରକ୍ରିୟା ସହଜ ହୋଇଛି ।ଚଳିତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍ଟିରୁ ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟ ବାବଦରେ ୨୯, ୧୮୫କୋଟି ଏବଂ ସମନ୍ୱିତ ଜିଏସ୍ଟିରୁ ୨୨, ୭୫୬କୋଟି ଟଙ୍କା ଆଡହକ୍(ଅସ୍ଥାୟୀ) ଭାବେ ଯେଉଁ ରାଜସ୍ୱ ପ୍ରଦାନ କରିଛନ୍ତି ତାହାର ମୋଟ ପରିମାଣ ୫୭, ୦୨୨ କୋଟି । ସେଥିମଧ୍ୟରେ ସିଜିଏସ୍ଟି ପରିମାଣ ୫୭,୦୨୨କୋଟି ଏବଂ ଏସ୍ଜିଏସ୍ଟି ପରିମାଣ ୫୮,୩୭୭ କୋଟି ଟଙ୍କା ।ତଳେ ଦିଆଯାଇଥିବା ଚାର୍ଟରେ ଅକ୍ଟୋବରରୁ ମାର୍ଚ୍ଚ ୨୦ ଏବଂ ଏପ୍ରିଲ ୨୦୨୧ ସମୟର ମାସିକ ମୋଟ ଜିଏସ୍ଟି ରାଜସ୍ୱ ଆଦାୟର ଧାରା ସମ୍ପର୍କରେ ସୂଚନା ରହିଛି ।