ଯାଜପୁୁର – ଗୁରୁବାର ବିଳମ୍ବିତ ରାତ୍ରରେ ଜିଲ୍ଲାପାଳ ରଂଜନ କୁମାର ଦାସ ମୁଖ୍ୟ ଚିକିତ୍ସାଳୟ ପରିଦଶନ କରିବା ସହ ବିଭିନ୍ନ ୱାର୍ନରେ ଚିକିତ୍ସିତ ହେଉଥିବା ରୋଗୀମାନଙକ ସହ ଆଲୋଚନା କରିଥିଲେ । ପ୍ରଥମେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପହଂଚି ଶ୍ରୀ ଦାସ ଦାୟିତ୍ୱରେ ଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସେବା କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ହାଜିରା ଖାତାକୁ ଅନୁଧ୍ୟାନ କରିଥିଲେ । କିଛି କର୍ମଚାରୀ ନିର୍ଦ୍ଧାରିତ ଡ୍ରେସ ପିନ୍ଧି ନଥିବରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ,ହାର ପୁନରାବୃତି ନ ହେବାକୁ ତାଗିଦ୍ କରିଥିଲେ ।
ପରେ ରୋଗୀ ଓ ଅଟେଣ୍ଡାଂଟ ମାନଙ୍କୁ ବିଭିନ୍ନ ବିଷୟରେ ପଚାରି ଥିଲେ । ସେମାନଙ୍କୁ ଖାଦ୍ୟ, ଔଷଧ ଦିଆଯାଉଛି ନା ନାହିଁ, ବାହାରୁ ଔଷଧ ଆଣିବାକୁ ପ୍ରେସକ୍ରିପସନ କରାଯାଉଛି କି, କୌଣସି ସେବା ଦେବା ପାଇଁ ଅର୍ଥ ଦାବି କରାଯାଉଛି କି ଇତ୍ୟାଦି ସମ୍ପର୍କରେ ପଚାରି ବୁଝିଥିଲେ । ଜଣେ ଜଣେ ରୋଗୀ ନିକଟରେ ୩/୪ ଜଣ ସହାୟକ ରହିଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ଜଣେ ରୋଗୀ ପାଖରେ ଜଣେ ସାହାଯ୍ୟକାରୀ ରହିବେ, ଅନ୍ୟମାନେ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଯଥା ଲୋକଙ୍କ ଉପସ୍ଥିତି ଏକ ଖରାପ ପରିବେଶ ସୃଷ୍ଟି କରୁଛି । ଚିକିତ୍ସାରେ ଅସୁବିଧା ସୃଷ୍ଟି କରୁଛି ଓ ରୋଗୀକୁ ସେବା ନାମରେ ଅଧିକ ଗହଳି ସୃଷ୍ଟି ହେଉଥିବାରୁ ରୋଗୀ ମଧ୍ୟ କଷ୍ଟ ପାଉଛି । ତେଣୁ ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀ ଏହାକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରେ ଅନ୍ୟାନ୍ୟ ୱାର୍ଡ଼ ଦେଖି ରୋଗୀଙ୍କ ସହ ଆଲୋଚନା କରିଥିଲେ । ମୋ ସରକାର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟ ନିରନ୍ତର ଭାବେ ଚାଲିବ ବୋଲି ଜିଲ୍ଲାପାଳ କହିବା ସହ ଚିକିତ୍ସାଳୟ ମୋର ଏହି ଭାବନା ପ୍ରତ୍ୟେକଙ୍କ ମଧ୍ୟରେ ଆସିଲେ ହିଁ ଏହା ସମସ୍ତଙ୍କୁ ସେବା ଦେବାରେ ଶୃଙ୍ଖଳା ଆଣି ପାରିବ ବୋଲି କହିଥିଲେ । ଏହି ଅଚାନକ ପରିଦର୍ଶନ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ସାମିଲ ଥିଲେ ।