
ଭୁବନେଶ୍ୱର, ଟିକା ଅଭାବ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିଛି । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।ସେ କହିଛନ୍ତି ଯେ ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁ ଅଧିକ କୋଭାକ୍ସିନ ଟିକା ଅଛି ।
ସେ କହିଛନ୍ତି ଯେ ଆଗାମୀ ୨ ଦିନ ମଧ୍ୟରେ ଆଉ ଟିକା ଆସିବା ସମ୍ଭାବନା ରହିଛି । ଆହୁରି ଅଧିକ ୨୫ ଲକ୍ଷ ଟିକା ପାଇଁ ରାଜ୍ୟ ସରକାର ଅର୍ଡର କରିଛନ୍ତି । ଯଦି ଟିକା ପହେଂଚ ତେବେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି ।