ଆଜି ଚିହ୍ନଟ ହୋଇଥିବା ୮୯୧୪ ଜଣଙ୍କ ମଧ୍ୟରୁ ୫୦୮୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୩୮୩୩ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୨୭୫ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯ ଜଣ, ବରଗଡ଼ରୁ ୪୫୨ ଜଣ, ଭଦ୍ରକରୁ ୩୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୧୭୫, କଟକରୁ ୫୮୭ ଜଣ, ଦେବଗଡ ଜିଲ୍ଲାରୁ ୧୦୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪୯ ଜଣ, ଗଜପତି ଜିଲ୍ଲାରୁ ୧୬୫, ଗଞ୍ଜାମରୁ ୨୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୧୦୯ ଜଣ, ଯାଜପୁରରୁ ୨୩୨ ଜଣ, ଝାରସୁଗୁଡ଼ାରୁ ୩୦୪ ଜଣ, କଳାହାଣ୍ଡିରୁ ୨୩୬ ଜଣ, କନ୍ଧମାଳ ଜିଲ୍ଲାରୁ ୬୨ ଜଣ. କେନ୍ଦ୍ରାପଡ଼ାରୁ ୧୩୨ ଜଣ, କେନ୍ଦୁଝରରୁ ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୨୫୮ ଜଣ, କୋରାପୁଟରୁ ୧୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୩୪ ଜଣ, ନବରଙ୍ଗପୁରରୁ ୪୩୩ ଜଣ, ନୟାଗଡ଼ରୁ ୧୯୪ ଜଣ, ନୂଆପଡ଼ାରୁ ୨୭୮ ଜଣ, ପୁରୀରୁ ୫୩୦ ଜଣ, ରାୟଗଡ଼ାରୁ ୧୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୫୭ ଜଣ, ସୋନପୁରରୁ ୧୨୧ ଜଣ, ସୁନ୍ଦରଗଡ଼ରୁ ୭୩୫ ଜଣ ଓ ଷ୍ଟେଟ୍ ପୁଲରୁ ୨୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।