
-
400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣାମ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“400ତମ ପ୍ରକାଶ ପର୍ବର ସ୍ଵତନ୍ତ୍ର ଅବସରରେ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ନତମସ୍ତକ ହୋଇ ମୁଁ ପ୍ରଣାମ କରୁଛି । ତାଙ୍କର ସାହସ ଏବଂ ନିଷ୍ପେସିତଙ୍କ ସେବା ଯୋଗୁଁ ସେ ବିଶ୍ଵ ସ୍ତରରେ ବହୁଳ ଭାବେ ସମ୍ମାନିତ ହୋଇଛନ୍ତି । ଅତ୍ୟାଚାର ଏବଂ ଅନ୍ୟାୟକୁ ସେ ବରଦାସ୍ତ କରୁନଥିଲେ । ତାଙ୍କର ସର୍ବୋଚ୍ଚ ବଳିଦାନ ଅନେକଙ୍କୁ ଶକ୍ତି ଏବଂ ପ୍ରେରଣା ଯୋଗାଉ ।