
ପୁରୀ, ପୁରୀ ଜିଲ୍ଲାରେ ଆଜି ନୂଆ ୩୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଗତକାଲି ଜିଲ୍ଲାରୁ କରୋନା ଦ୍ୱିତୀୟ ଲହରରେ ସର୍ବାଧିକ ୫୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଗତ ଶୁକ୍ରବାର ଦିନ ୫୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ତିନି ଦିନ ମଧ୍ୟରେ ପୁରୀ ଜିଲ୍ଲାରୁ ୧୩୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତିନି ଦିନ ମଧ୍ୟରେ ଏତେ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ।