କଟକ, କଟକ ସହରରେ ଅପରାହ୍ନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ । ସୋମବାର ଠାରୁ ଲାଗୁ ହେବ ଏହି କଟକଣା । ଆଗାମୀ ୧୫ ଦିନ ପାଇଁ କଟକଣା ବଳବତର ରହିବ । ଏହି ସମୟରେ କେବଳ ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ପାଇଁ ନିଷ୍ପତି ହୋଇଛି । ଲୋଡିଂ, ଅନଲୋଡିଂ ଛାଡି ମାଲଗୋଦାମ, ଛତ୍ରବଜାର କାରବାର ବନ୍ଦ ରହିବ । ଅପରାହ୍ନ ୨ଟାରୁ ଦୋକାନ ବଜାର ବନ୍ଦ ନେଇ ବିଭିନ୍ନ ବଜାର କମିଟି ନିଷ୍ପତି ନେଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ (ସିଏମସି) କମିଶନର ଅନନ୍ୟା ଦାସ ।