ଭୁବନେଶ୍ୱର, କୋବିଡ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର କୋର୍ଟ କମ୍ପେ୍ଲକ୍ସ କୁ ବିଏମସି ପକ୍ଷରୁ ସିଲ କରା ଯାଇଛି । ବିଏମସି ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ବିଶୋଧନ କରିବା ପାଇଁ ଏହି ପଦକ୍ଷେପ ନିଆ ଯାଇଛି । ଆଜିଠାରୁ ମେ’ ୫ ତାରିଖ ଯାଏଁ କୋର୍ଟ ପରିସରକୁ ବନ୍ଦ ଘୋଷଣା କରାଯାଇଛି । ବିଏମସି ଅଧିକୃତ ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ କେହି କୋର୍ଟ କମ୍ପେ୍ଲକ୍ସକୁ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି । ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ଜଣା ପଡିଛି ।