କେନ୍ଦ୍ରାପଡ଼ା – ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କିଛି ଲୋକ ଜୋର ଜବରଦସ୍ତ ଫଳନ୍ତି ଗଛ କାଟିବାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନାହିଁ । ଫଳରେ ଗାଳି ଗୁଲଜର ଶିକାର ହୋଇଥିବା ମହିଳାମାନେ ଏସପି ଓ ଏସଡିପିଓଙ୍କୁ ଭେଟି ପ୍ରତିକାର ଦାବି କରିଛନ୍ତି । ଅଭିଯୋଗ ମୁତାବକ ମାର୍ଶାଘାଇ ଥାନା ଅଧିନ ଦଶିପୁର ଗ୍ରାମରେ ଥିବା ଦଳିତ ବସ୍ତିରେ କିଛି ଲୋକ କଟୁରୀ କୁରାଢୀ ଓ ଜେସିବି ମେସିନ ନେଇ ରାସ୍ତା କଡରେ ଥିବା ସେମାନଙ୍କ ବାଡିରେ ଲଗା ହୋଇଥିବା ଫଳନ୍ତି ଗଛ ଗୁଡିକୁ କାଟି ପକାଇଥିଲେ । ମହିଳାମାନେ ଏହାର ପ୍ରତିବାଦ କରିବାରୁ ଗଛ କଟାଳିମାନେ ମହିଳାମାନଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ନିକଟରେ ଥିବା ଏକ ଫଳନ୍ତି ଗଛ କାଟିପକାଇଥିଲେ । ଏ ନେଇ ମାର୍ଶାଘାଇ ଥାନାରେ ଚଳିତ ମାସ ୨ ତାରିଖରେ ଅଭିଯୋଗ କରାଯାଇଥିଲା । ଥାନା ପକ୍ଷରୁ କୋଣସି କାର୍ଯ୍ୟାନୁÂାନ ଗ୍ରହଣ କରାନ ଯିବାରୁ ଏସପି ନିତି ଶେଖର ଓ ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଗ୍ରାମର ଜୟନ୍ତୀ ମଲ୍ଲିକ, ବେବିନା ମଲ୍ଲିକ, ଗୁରୁବାରୀ ମଲ୍ଲିକ, ରୁନୁ ମଲ୍ଲିକ, ସୁପ୍ରଭା ମଲ୍ଲିକ, ପ୍ରତିମା ମଲ୍ଲିକ ଓ ସଞ୍ଜୁ ମଲ୍ଲିକ ପ୍ରମୁଖ ପୋଲିସ ଅଧିକାରୀଙ୍କୁ ଭେଟି କାର୍ଯ୍ୟାନୁÂାନ ନେବା ପାଇଁ ଦାବି କରିଛନ୍ତି ।
Related Stories
November 24, 2024
November 24, 2024