
ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଗତ ୨୪ ଘଂଟାରେ ୩,୧୬୪ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୬୬,୦୫୪ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୨,୧୯୭ ଜଣଙ୍କର ମୃତ୍ୟୁ ଘଟିଛି ।
ମୁମ୍ବାଇରେ କରୋନାର ୪,୦୧୪ ନୂଆ ମାମଲା
ମୁମ୍ବାଇ , ମୁମ୍ବାଇରେ କରୋନାର ୪,୦୧୪ ଟି ନୂଆ ମାମଲା ସାମନାକୁ ଆସିଛି । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ଏଠାେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୬,୩୫,୫୪୧ହୋଇଛି ।