ଭୁବନେଶ୍ୱର – ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେr ଏବଂ ବ୍ୟବସାୟିକ ପ୍ରତିÂାନ ଗୁଡିକ ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ସହୀଦନଗର ସ୍ଥିତ ଭବାନୀ ମଲରେ ଚଢାଉ କରିଛି । ଚଢାଉ ବେଳେ ସ୍କ୍ୱାର୍ଡ ୨ଟି ପିଓଏସ୍ ମେସିନ୍ ଜବତ କରାଯାଇଛି ।
ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେr ଏବଂ ବ୍ୟବସାୟିକ ପ୍ରତିÂାନ ଗୁଡିକ ଗୁଡିକ ପାର୍କିଂ ଫି ନେଲେ, କାର୍ଯାନୁÂାନ ନିଆଯିବ ବୋଲି ବୁଧବାର ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିସହ ଆପାର୍ଟମେଂଟ୍ ଏବଂ ଆବାସିକ ବାସଭବନରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲଗାଯାଇଛି । ନିଦେ୍ର୍ଧଶନାମା ଜାରି ହେବାର ୨୪ଘଂଟା ନ ପୂରୁଣୁ ସେମାନେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରିବାରେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବିରୋଧରେ ବିଡିଏ କାର୍ଯ୍ୟାନୁÂାନ ଆରମ୍ଭ କରିଛି । ଭବାନୀ ମଲରେ ମଧ୍ୟ ପାର୍କି ଫି ନିଆଯାଉଥିବା ବିଡିଏ ନଜରକୁ ଆସିଥିଲା । ଏହା ପରେ ଶୁକ୍ରବାର ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଚଢାଉ କରାଯାଇଛି ।
Related Stories
November 24, 2024
November 24, 2024