-
ମନୋଜ ଦାସଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି
-
ସମୀର ମହାନ୍ତି

ଭୁବନେଶ୍ୱର , ଓଡିଶାର ବିଶିଷ୍ଟ ସାହିତ୍ୟିକ, କଥାକାର ପଦ୍ମଶ୍ରୀ ତଥା ପଦ୍ମଭୂଷଣ ପ୍ରଫେସର ମନୋଜ ଦାସଙ୍କ ଦେହାନ୍ତରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ସ୍ୱର୍ଗତଃ ଦାସ କାଳଜୟୀ ଓଡିଆ କ୍ଷୁଦ୍ରଗଳ୍ପ ଓ ସାହିତ୍ୟ ଜଗତର ସ୍ରଷ୍ଟା ଥିଲେ । ଓଡିଆ ସାହିତ୍ୟ ଜଗତରେ ସ୍ୱର୍ଗତଃ ଦାସଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିବା ସହ ଉଭୟ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅମର ଆତ୍ମାର ସଦ୍ଗତି କାମନା କରି ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।