ଭୁବନେଶ୍ୱର , ବିଶିଷ୍ଟ ଉପନ୍ୟାସିକ, କବି, ଲେଖକ ତଥା ପଦ୍ମଭୂଷଣରେ ଭୂଷିତ ସାହିତିକ ମନୋଜ ଦାସଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ମୋର ଜଣେ ଭଲ ବନ୍ଧୁ ଓ ଶୁଭେଚ୍ଛୁ ହିସାବରେ ମନୋଜ ଦାସଙ୍କୁ ହରାଇ ମୁଁ ମର୍ମାହତ । ମନୋଜ ଦାସଙ୍କ ବିୟୋଗ କେବଳ ମୋର ନୁହେଁ ଆମ ରାଜ୍ୟ ଓ ସମଗ୍ର ଦେଶ ପାଇଁ ଅପୁରଣୀୟ କ୍ଷତି । ସ୍ୱର୍ଗତ ମନୋଜ ଦାସଙ୍କ ସର୍ବପ୍ରଥମ ଦୁଇଭାଷୀ ଓଡ଼ିଆ ଲେଖକ ଏବଂ ଉଭୟ ଇଂରାଜୀ, ଓଡ଼ିଆ କ୍ଷ୍ୟୁଦ୍ର ଗଳ୍ପ ଓ ଉପନ୍ୟାସ ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି । ଯାହା ସବୁଦିନ ପାଇଁ ଲିପିବଧ ହୋଇ ରହିଛି ଓ ରହିବ । ସାହିତିକ ତଥା ଶିକ୍ଷାବିତ ମନୋଜ ଦାସ ନିଜର ସାଧନା ଓ ସିଦ୍ଧି ପାଇଁ ବହୁ ପୁରସ୍କାର ଓ ସମ୍ମାନ ସାଂଉଟିଛନ୍ତି । ସାହିତ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ପାଇଁ ସ୍ୱର୍ଗତ ମନୋଜ ଦାସ ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମିର ଫେଲୋସିପ, ଅତିବଡ଼ି ଜଗନ୍ନାଥ ସମ୍ମାନ ଭଳି ଅନେକ ଗୁଡ଼ିଏ ସରକାରୀ ଓ ବେସରକାରୀ ସର୍ବୋଚ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସ୍ୱର୍ଗତ ମନୋଜ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।