
ସମ୍ବଲପୁର,ଆଜି ସ୍ଥାନୀୟ ମୁଦିପଡ଼ା ବିହାରୀପଡ଼ାରେ କୋଭିଡ଼୍ ନିୟମ ଉଲ୍ଲଙ୍ଘନ କରି ଏକ ବିବାହ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପକ୍ଷରୁ ସେଠାରେ ଚଢ଼ଉ କରାଯାଇ ଆୟୋଜକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରାଯାଇଛି ।ସମ୍ପୃକ୍ତ ଅଂଚଳର ଜଣେ ବ୍ୟକ୍ତି ନିଜ ଝିଅର ବାହଘର ପାଇଁ ଏହି ଆୟୋଜନ କରିଥିଲେ । ତେବେ ଏଥିପାଇଁ ସେ ପ୍ରଶାସନ ନିକଟରୁ ଆବଶ୍ୟକ ଅନୁମତି ନେଇନଥିଲେ । ବିବାହରେ ଶତାଧିକ ଲୋକଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଖବର ପାଇ ଟାଉନ୍ ପୋଲିସ ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଂଚି ଥିଲା । ଏବଂ କୋଭିଡ଼୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆୟୋଜକଙ୍କୁ ୧୦ ହଜାର ଟଙ୍କା ଜରିମାନା କରିଥିଲା ।