
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତକାଲି କରୋନା ଟେଷ୍ଟିଂ ଚାଲିଥିବା ବେଳେ ଡ଼ାକ୍ତର ଓ ନର୍ସଙ୍କୁ ଜଣେ ଯୁବକ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟେଷ୍ଟିଂ ବନ୍ଦ କରିଥିଲେ ଡ଼ାକ୍ତର । ତେବେ ଗାଳିଗୁଲଜ କରିଥିବା ଯୁବକ କ୍ଷମା ପ୍ରାର୍ଥନା କରିବା ପରେ ଡ଼ାକ୍ତର, ନର୍ସ ଓ କର୍ମଚାରୀ ମାନେ ପୁନଃ କାର୍ଯ୍ୟରେ ଦେଇଛନ୍ତି । ଫଳରେ କାଳିଆହତା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନୋ ଟେଷ୍ଟିଂ ସ୍ୱାଭାବିକ୍ ହୋଇଛି ।