
ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇ ମେଡ଼ିକାଲରେ ଚିକିତ୍ସାଧିନ ଥିବା ଜଣକର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନା ଦ୍ୱିତୀୟ ଲହରରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୮ ରହିଛି ।
ସେହିପରି ଗତକାଲି ୧୦୭ ଜଣ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ନିଜ ନିଜ ଘରକୁ ଫେରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।