ନୂଆଦିଲ୍ଲୀ/ଭୁବନେଶ୍ୱର – ସୈନିକ ସ୍କୁଲ୍ରେ ବାଳିକାଙ୍କ ନାମ ଲେଖା ପାଇଁ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅନୁମୋଦନ କରିଛନ୍ତି । ୨୦୨୧-୨୨ ଶିକ୍ଷା ବର୍ଷ ଠାରୁ ଏହି ପ୍ରସ୍ତାବ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଦୁଇ ବର୍ଷ ପୂର୍ବେ ମିଜୋରାମର ଛିଙ୍ଗଛିପ ସୈନିକ ସ୍କୁଲ୍ରେ ବାଳିକାଙ୍କ ନାମ ଲେଖା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପର ସଫଳତା ପରେ ଦେଶର ଅନ୍ୟ ସମସ୍ତ ସୈନିକ ସ୍କୁଲରେ ବାଳିକାଙ୍କ ପାଠପଢ଼ା ପାଇଁ ଅନୁମତି ମିଳିଛି ।
ଏହି ନିଦେ୍ର୍ଧଶନାମାର ପ୍ରଭାବୀ କାର୍ଯ୍ୟକାରିତା ଲାଗି ସୈନିକ ସ୍କୁଲ୍ଗୁଡ଼ିକରେ ଆବଶ୍ୟକ ଭିତିଭୂମି ଏବଂ ଯଥେଷ୍ଟ ସଂଖ୍ୟାରେ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ଲିଙ୍ଗଗତ ସମାନତା, ସଶସ୍ତ୍ର ସେନାରେ ଅଧିକ ସଂଖ୍ୟକ ମହିଳାଙ୍କୁ ସାମିଲ କରିବା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ ସାକାର କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ।