
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରକୃତ ଚିତ୍ର ପ୍ରଶାସନ ନିକଟରେ ପହଂଚିବା ମଧ୍ୟ କାଠିକାର ପାଠ ହୋଇଛି । ଆଜି ସରକାରୀ ସ୍ତରରେ ନୂଆ ୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗତକାଲି ୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।