
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ କରୋନା ପରୀକ୍ଷାକୁ ବ୍ୟାପକ କରିବା ଲାଗି ଆଉ ଦୁଇଟି ନୂତନ ପରୀକ୍ଷା କେନ୍ଦ୍ର ଆଜି ଠାରୁ କାର୍ଯ୍ୟକ୍ଷମ ହୋଇଛି । ନୂତନ କେନ୍ଦ୍ର ଗୁଡିକ ହେଲା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏବଂ ଖୋଡ଼ାସିଙ୍ଗିର କଲ୍ୟାଣ ମଣ୍ଡପ । ସହର ବାସୀ ସକାଳ ୮ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୭ଟା ମଧ୍ୟରେ ଏଠାରେ ନିଜର କରୋନା ପରୀକ୍ଷା କରିପାରିବେ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।