କୈଳାଶଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ଭିଆଇପି ରୋଡ଼ ଚନ୍ଦନ ହଜୁରୀ ଛକ ନିକଟରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ତୁମୁଳ କାଣ୍ଡ |ସୂଚନା ଅନୁସାରେ ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ସମ୍ବଦ୍ଧିୟ ନିଷ୍ପତ୍ତି କୁ ନେଇ ପୁରୀ ସହରର ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ମାନେ ଏକତ୍ରିତ ହୋଇ ଚନ୍ଦନ ହଜୁରୀ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ |ପୋଲିସ ସେମାନଙ୍କୁ ବୁଝା ସୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ବରଂ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ପୋଲିସ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଛାତ୍ର ଛାତ୍ରୀ ମାନେ ଗାଳି କରିଥିଲେ |କିଛି ସମୟ ପରେ ପୁରୀ ସହରର ଜଣେ ଯୁବକ ସେହି ରାସ୍ତାଦେଇ ଜବରଦସ୍ତ ଯିବାକୁ ଉଦ୍ୟମ କରୁଥିବା ବେଳେ ଛାତ୍ର ଛାତ୍ରୀ ମାନେ ଉତ୍ୟକ୍ତ ହୋଇଥିଲେ ଏବଂ ସମ୍ପୃକ୍ତ ଯୁବକଙ୍କ ଓ ଛାତ୍ର ଛାତ୍ରୀ ମଧ୍ୟରେ ବଚସା ହେବା ସହିତ ସାର୍ଟ କଲର ଧରି ହାତ ଉଠା ଉଠି ପର୍ଯ୍ୟନ୍ତ ମାମଲା ଯାଇଥିଲା |ଝଗଡା ସମୟରେ ପୋଲିସ ଅଧିକାରୀ ମାନେ ହସ୍ତକ୍ଷେପ କରି ସମ୍ପୃକ୍ତ ଯୁବକ ଙ୍କୁ ଛାତ୍ର ଛାତ୍ରୀ ମାନଙ୍କ କବଳରୁ ରକ୍ଷାକରି ପୋଲିସ ଥାନାକୁ ନେଇ ଯାଇଥିଲେ |ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବା ସମୟରେ ସେମାନଙ୍କ ମଧ୍ୟରୁ କିଛି +୩ ତୃତୀୟ ବର୍ଷର ତିନିଜଣଙ୍କୁ ଛାତ୍ରଙ୍କୁ ପୋଲିସ ଥାନାକୁ ନେଇଯାଇ ଥିଲେ ସେହି ତିନିଜଣ ଛାତ୍ର ପୋଲିସ ଙ୍କୁ ଅସଭ୍ୟ ଭାଷାରେ ଗାଳିଦେବା ସହିତ ଝଗଡା ସୃଷ୍ଟି କରିଥିଲେ ବୋଲି ପ୍ରତ୍ୟେକ୍ଷ ଦର୍ଶୀ ମାନେ କହିଛନ୍ତି |ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ଏବଂ କୁମ୍ଭାରପଡା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀ ଦୀର୍ଘ ୩ ଘଣ୍ଟାର ଏହି ସଂଘର୍ଷକୁ ଧର୍ଯ୍ୟର ସହିତ ସାମନା କରି ଏହି ସଂଘର୍ଷମୟ ପରିବେଶକୁ ନିଜର ବୁଦ୍ଧି ବଳରେ ବିନା କୌଣସି କ୍ଷତିରେ ଆୟତ କରିଥିଲେ |ପୋଲିସ ର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି |