ରାଂଚି, ଝାରଖଣ୍ଡରେ କରୋନାର ୫,୯୦୩ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୮,୧୦୫ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୯୯୧ ଜଣଙ୍କର ମୃତ୍ୟୁ ଘଟିଛି ।
ଆସାମରେ କରୋନାର ମାମଲା ୧,୮୪୪ ରେ ପହଂଚିଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୧,୮୪୪ ଟି ନୂଆ ମାମଲା ସାମନାକୁ ଆସିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୫,୪୭୦ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।