ଆଜି ଚିହ୍ନଟ ହୋଇଥିବା ୬୫୯୯ ଜଣଙ୍କ ମଧ୍ୟରୁ ୩୮୨୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୭୭୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୯୫୮ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୩୭ ଜଣ, ବରଗଡ଼ରୁ ୨୦୩ ଜଣ, ଭଦ୍ରକରୁ ୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୯୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୭୦, କଟକରୁ ୪୮୮ ଜଣ, ଦେବଗଡ ଜିଲ୍ଲାରୁ ୩୮ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୦ ଜଣ, ଗଜପତି ଜିଲ୍ଲାରୁ ୮୧, ଗଞ୍ଜାମରୁ ୩୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୯୩ ଜଣ, ଯାଜପୁରରୁ ୨୩୭ ଜଣ, ଝାରସୁଗୁଡ଼ାରୁ ୪୩୬ ଜଣ, କଳାହାଣ୍ଡିରୁ ୫୧୮ ଜଣ, କନ୍ଧମାଳ ଜିଲ୍ଲାରୁ ୩୫ ଜଣ. କେନ୍ଦ୍ରାପଡ଼ାରୁ ୩୮ ଜଣ, କେନ୍ଦୁଝରରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୯୫୮ ଜଣ, କୋରାପୁଟରୁ ୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୨୨୧ ଜଣ, ନୟାଗଡ଼ରୁ ୯୧ ଜଣ, ନୂଆପଡ଼ାରୁ ୫୫୧ ଜଣ, ପୁରୀରୁ ୧୪୫ ଜଣ, ରାୟଗଡ଼ାରୁ ୧୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୨୨୬ ଜଣ, ସୋନପୁରରୁ ୧୨୯ ଜଣ, ସୁନ୍ଦରଗଡ଼ରୁ ୪୩୪ ଜଣ ଓ ଷ୍ଟେଟ୍ ପୁଲରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।