
ଗଞ୍ଜାମ, ବ୍ରହ୍ମପୁର ସହର ମଧ୍ୟରେ ଚାରୋଟି ସ୍ଥାନକୁ ଆଜି ଠାରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏହି କଂଟେନମେଂଟ କଟକଣା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତର ରହିବ । ସହରର ଏହି ସ୍ଥାନ ଗୁଡିକ ହେଲା ହିଲ୍ ପାଟଣା ପ୍ରଥମ ଲେନ୍, ତୃତୀୟ ଲେନ୍, ଗାନ୍ଧୀନଗର ପ୍ରଥମ ଲେନ୍, ଗୋଦାବରୀଶ ନଗର ଚତୁର୍ଥ ଲେନ୍ । ଏସବୁ ସ୍ଥାନରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ନିଷିଦ୍ଧାଚଂଳର ପ୍ରବେଶ ଓ ପ୍ରସ୍ଥାନ ସ୍ଥଳକୁ ବ୍ୟାରିକେଟ୍ କରି ବନ୍ଦ କରି ଦିଆଯାଇଛି । ଏହା ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଓ ଭିତରର ଲୋକ ବାହାରକୁ ଯିବା ଉପରେ କଟକଣା ଜାରୀ କରାଯାଇଛି ।