
ଗଞ୍ଜାମ,ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁର ହଳଦିଆପଦର ଅଟୋ ନଗର ସ୍ଥିତ ଅକ୍ସିଜେନ ପ୍ଲାଂଟ ପରିଦର୍ଶନ କରି ସେଠାରେ ଅକ୍ସିଜେନ୍ ଫିଲିଙ୍ଗ ଓ ମହଜୁଦ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ମଧ୍ୟ କୋଭିଡ଼୍ କେୟାର ସେଂଟର କରାଯାଇଛି । ରୋଗୀ ଏଠାରେ ପହଂଚିବା ମାତ୍ରେ ଶଯ୍ୟା ଓ ଅକ୍ସିଜେନ ଯୋଗାଇ ଦିଆଯିବ । ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଂଚଳକୁ ନିସିଦ୍ଧାଚଂଳ ଘୋଷଣା କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।