କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବିଜେବି ସ୍ୱୟଂଶାଶିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ଼ ଏ. ବିଜୟ ବିଷ୍ଣୁ ଙ୍କର ତା ୨୪/୦୪/୨୦୨୧ ରିଖ ୫୫ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି |ସେ ଦୀର୍ଘ ଏକ ବର୍ଷ ଧରି ପ୍ୟାନକ୍ରିୟାଟିସ କ୍ୟାନସର ରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ |ସେ ଏହି ସଂଗ୍ରାମରେ ଶେଷରେ ହାରିଗଲେ |
ଡ଼ ଏ. ବିଜୟ ବିଷ୍ଣୁ ଜଣେ ଅତ୍ୟନ୍ତ ଦକ୍ଷ ଅଧ୍ୟାପକ ଥିଲେ |ଇଂରାଜୀ ସାହିତ୍ୟରେ ତାଙ୍କର ଦକ୍ଷତା, ପଢାଇବାର ଅନନ୍ୟ ଶୈଳୀ ତାଙ୍କୁ ଛାତ୍ର ଛାତ୍ରୀ ଙ୍କ ପାଖରେ ଖୁବ ଆଦୃତ କରିଥିଲା |ସେ କେବଳ ଜଣେ ଛାତ୍ର ଵସ୍ଚଳ ଅଧ୍ୟାପକ ନଥିଲେ, ସେ ଥିଲେ ଜଣେ ମିଠାଭାଷୀ, ସ୍ନେହୀ ସରଳ ମଣିଷ |ତାଙ୍କର ଅକାଳ ବିୟୋଗ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ତଥା ଅଗଣିତ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ଅପୂରଣୀୟ କ୍ଷତି |ଏହି କାର୍ଯ୍ୟଦକ୍ଷ,କର୍ମ ତତ୍ପର, ସତ୍ୟନିଷ୍ଠ, ଓ ଦକ୍ଷ ଅଧ୍ୟାପକ ନିଜର ସହକର୍ମୀ, ପରିବାର ବର୍ଗ, ଅଗଣିତ ଛାତ୍ର ଛାତ୍ରୀ ଓ ବନ୍ଧୁ ବର୍ଗ ଙ୍କ ହୃଦୟରେ ଚିର ଅମର ହୋଇ ରହିବେ |
ଡ଼ ଏ. ବିଜୟ ବିଷ୍ଣୁଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଅଳକାନନ୍ଦା ମିଶ୍ର (ରମାଦେବୀ ମହିଳା ମହାବିଦ୍ୟାଳୟ )ଉପସ୍ଥିତ ଥିଲେ |ତାଙ୍କର ଶାଳକ ସତ୍ୟବ୍ରତ, ଅମିତାଭ, ଅମଳେନ୍ଦୁ, ଅରିଜିତ ତଥା ଶ୍ୱେତକେତୁ ପାଖରେ ଉପସ୍ଥିତ ରହି ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ |ସ୍ୱର୍ଗଦ୍ୱାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି |