ଢେଙ୍କାନାଳ/ଭୁବନେଶ୍ୱର – ଢେଙ୍କାନାଳ ତହସିଲ ଅଫିସ୍ରେ ବେଧଡକ ଭାବେ ଚାଲିଛି ଦୁର୍ନିତି ଏବଂ ତହସିଲଦାର ଲକ୍ଷ୍ମଣ ଦଳେଇ ମୁଖ୍ୟମନ୍ତ୍ରୀଙ୍କ “୫ଟି” ମିଶନ୍କୁ ଫୁ କରି ଉଡାଇଦେଉଛନ୍ତି ବୋଲି ଆଜି ପ୍ରେସ୍ ବିଜ୍ଞପ୍ତିରେ ଓଡିଶା ଭୂମିହିନ ପ୍ରଜା ସମିତିର ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତା ପ୍ରକାଶ କରିଛନ୍ତି । ଯଦି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ବେଆଇନ୍ କାମରେ ସଂପୃକ୍ତ ଥିବା ଢେଙ୍କାନାଳ ତହସିଲଦାରଙ୍କୁ ସରକାରୀ ଚାକିରିରୁ ତୁରନ୍ତ ବହିଷ୍କାର ନ କରନ୍ତି ତେବେ ୨୦ ହଜାର ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦାବି ପୂରଣ ହେବା ଯାଏ ଧାରଣା ଦିଆଯିବ ବୋଲ ଇଂ. ହୋତା ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲାପାଳ ଗତ ୬ ଅଗଷ୍ଟରେ ଉପ-ଜିଲ୍ଲାପାଳଙ୍କୁ ଇ-ଟେକ୍ ରେସିଡେନ୍ସିଆଲ୍ କଲେଜ୍ ତଥା ବିଦ୍ୟାନିକେତନ ଚ୍ୟାରିଟେବୁଲ୍ ଟ୍ରଷ୍ଟ୍ର ସଂପାଦିକା ଶ୍ରୀମତି ସାଗରବାଳା ହୋତାଙ୍କର ଅନିୟମିତତା ସମ୍ବନ୍ଧରେ ତଦନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ତଦନୁଯାୟୀ ଶ୍ରୀପ୍ରଧାନ ୧୪ ଅଗଷ୍ଟ ଦିନ ତହସିଲଦାରଙ୍କୁ ଏକ ରିପୋର୍ଟ୍ ମାଗିଥିଲେ । ଇଂ. ହୋତା ମଧ୍ୟ ସେହି ସମୟରେ ତତ୍ ସମ୍ବନ୍ଧୀୟ ୧୧ ଗୋଟି ମ୍ୟୁଟେସନ୍ କେସ୍ ରେକର୍ଡର ସାର୍ଟିଫାଏଡ୍ ନକଲ ତହସିଲ ଅଫିସ୍ରୁ ମାଗିଥିଲେ । ତାଙ୍କୁ ୪ ଟି ର ନକଲ ଦିଆଯାଇ ଅନ୍ୟଗୁଡିକ ମିଳୁନାହିଁ ବୋଲି କୁହାଯିବାରୁ ସେ ବାଧ୍ୟ ହୋଇ ତହସିଲଦାରଙ୍କୁ ଭେଟିଥିଲେ । ସେ ବାକିସମସ୍ତ ରେକର୍ଡ ଖୋଜି ନକଲ ଦିଆଯିବ ବୋଲି ପ୍ରତିଶୃତି ଦେଲେ । ମାତ୍ର ରେକର୍ଡ ରୁମ୍ ର ସମସ୍ତ ଷ୍ଟାଫ୍ ବହୁ ଦିନ ଧରି ଖୋଜାଖୋଜି କରିବା ପରେ ନ ମିଳିବାରୁ ୧୩ ସେପ୍ଟେମ୍ବର ଦିନ ଇଂ. ହୋତାଙ୍କୁ ଏହି ୭ ଟି ରେକର୍ଡ ଢେଙ୍କାନାଳ ତହସିଲ ଅଫିସ୍ ରେକର୍ଡ୍ ରୁମ୍ରେ ମିଳୁ ନାହିଁ ବୋଲି ଶ୍ରୀ ଦଳେଇ ଲିଖିତ ଆକାରରେ ଜଣାଇଥିଲେ । ୧୫ ଅକ୍ଟୋବର ଦିନ ତହସିଲଦାର ଏବଂ ଶ୍ରୀମତି ସାଗରବାଳା ହୋତାଙ୍କୁ ଡକାଇ କରିଥିବା ତଦନ୍ତର ରିପୋର୍ଟ୍ ଆଜି ମିଳିବା ପରେ ୧ମ ପୃÂାର ଶେଷ ପାରା ଅନୁଯାୟୀ ତହସିଲଦାର ଉପରୋକ୍ତ ୭ ଟି ଯାକ ରେକର୍ଡ ଉପ-ଜିଲ୍ଲାପାଳଙ୍କୁ ଦେଖାଇଲେ ବୋଲି ଜଣାପଡିଲା ।
ସୂଚନାଯୋଗ୍ୟ ଯେ, ଶ୍ରୀମତି ସାଗରବାଳା ହୋତା ଛାତ୍ରଛାତ୍ରୀମାନଙ୍କୁ ଠକି ଭୂବନେଶ୍ୱରର ନାନୋ +୨ କଲେଜରେ ଆଡ୍ମିସନ୍ କରିଦେବା ତଥା କର୍ମଚାରୀମାନଙ୍କୁ ମାସକୁ ସର୍ବନିମ୍ନ ୧୦ ହଜାର ଟଙ୍କା ଲେଖାଁ ଦରମା, ଇଏସ୍ଆଇ ଏବଂ ଇପିଏଫ୍ ଆଦି ନ ଦେଇ ଦିନରାତି କାମରେ ନିୟୋଜିତ କରିବା ଭଳି ସଙ୍ଗୀନ ଦୁର୍ନିତି ବିଷୟରେ ପ୍ରଶାସନ ଅବଗତ ଥାଇ ମଧ୍ୟ ରାଜ୍ୟ ସରକାରରେ ଥିବା ବିଜେଡିର ବଡ ବଡ ନେତାଙ୍କ ଭୟରେ ଇ-ଟେକ୍ +୨ କଲେଜ ବିରୋଧରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରିପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚାଚାଲିଛି ।