ଘଟଗାଁ – କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକର କେତେକ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲକର କିରାଣୀ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ପ୍ରକାଶ ଯେ, କେନ୍ଦୁଝର ଜିଲାର ୨୭ଟି ଗ୍ରାମ ପଞ୍ଚାୟତକୁ ନେଇ ଘଟଗାଁ ବ୍ଲକ ଗଠିତ । ଉକ୍ତ ପଞ୍ଚାୟତର ପରିଚାଳନା ପାଇଁ ୨୭ଜଣ ପଞ୍ଚାୟତ ଅଧିକାରୀ ନିଯୁକ୍ତି ପରିବର୍ତ୍ତେ ୧୯ଜଣଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଏଥିମଧ୍ୟରୁ ୧୭ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟ ସମ୍ଭାଳୁଥିବାବେଳେ ୨ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ଲକରେ କିରାଣୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପଞ୍ଚାୟତ ପରିଚାଳନା ପାଇଁ ଅବଶିଷ୍ଟ ୮ଜଣ ଆବଶ୍ୟକ ଥିବାବେଳେ ୨ଜଣ ବ୍ଲକରେ କିରାଣୀ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ୧୦ଟି ପଞ୍ଚାୟତ ଅଧିକାରୀ ପଦବୀ ଖାଲିପଡିଛି । ଉକ୍ତ ପଞ୍ଚାୟତ ପରିଚାଳନା ପାଇଁ ୧୦ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁଇ ଦୁଇ ଜଣ କରି ଦାୟିତ୍ବ ଦିଆଯାଇଛି । ଫଳରେ ଜଣେ ଅଧିକାରୀ ଦୁଇଟି ପଞ୍ଚାୟତର କାର୍ଯ୍ୟ ତୁଲାଇବା କଷ୍ଟକର ହୋଇପଡୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଣୁ ଜିଲାପାଳ ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ନେଇ ବ୍ଲକରେ କିରାଣୀ କାର୍ଯ୍ୟ କରୁଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ ଦାୟିତ୍ବ ଦେବା ସହିତ ଅବଶିଷ୍ଟ ୮ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କଲେ ସରକାରଙ୍କ ପଞ୍ଚାୟତରାଜ କାର୍ଯ୍ୟକ୍ରମ ସଫଳ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Related Stories
November 24, 2024
November 24, 2024