ଆଜି ଚିହ୍ନଟ ହୋଇଥିବା ୬୬୪୭ ଜଣଙ୍କ ମଧ୍ୟରୁ ୩୮୫୫ ଜଣ ସଂଗରୋଧରୁ ହୋଇଥିବା ବେଳେ ୨୭୯୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୧୮୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୩ ଜଣ, ବରଗଡ଼ରୁ ୨୯୦ ଜଣ, ଭଦ୍ରକରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୨୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୩୯, କଟକରୁ ୩୩୬ ଜଣ, ଦେବଗଡ ଜିଲ୍ଲାରୁ ୩୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୯୬, ଗଞ୍ଜାମରୁ ୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୬୫ ଜଣ, ଯାଜପୁରରୁ ୧୩୩ ଜଣ, ଝାରସୁଗୁଡ଼ାରୁ ୩୪୩ ଜଣ, କଳାହାଣ୍ଡିରୁ ୩୬୧ ଜଣ, କନ୍ଧମାଳ ଜିଲ୍ଲାରୁ ୨୬ ଜଣ. କେନ୍ଦ୍ରାପଡ଼ାରୁ ୪୭ ଜଣ, କେନ୍ଦୁଝରରୁ ୧୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଖୋର୍ଦ୍ଧାରୁ ୧୧୮୯ ଜଣ, କୋରାପୁଟରୁ ୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୨୨ ଜଣ, ନବରଙ୍ଗପୁରରୁ ୨୨୪ ଜଣ, ନୟାଗଡ଼ରୁ ୧୧୦ ଜଣ, ନୂଆପଡ଼ାରୁ ୫୫୯ ଜଣ, ପୁରୀରୁ ୩୯୫ ଜଣ, ରାୟଗଡ଼ାରୁ ୧୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୧୭୩ ଜଣ, ସୋନପୁରରୁ ୦୨ ଜଣ, ସୁନ୍ଦରଗଡ଼ରୁ ୭୮୮ ଜଣ ଓ ଷ୍ଟେଟ୍ ପୁଲରୁ ୨୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।