ବାଲେଶ୍ୱର – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ ସ୍ଥିତ ଶ୍ୱଶୁର ଘର ଓ ପୈତୃକ ଘର ସମେତ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ୍ ରେ ମଧ୍ୟ ଚଢ଼ଉ ହୋଇଛି । ତେବେ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
Related Stories
November 24, 2024
November 24, 2024