ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୨,୩୮୪ କରୋନାର ନୂଆ ମାମଲା, ୭୯ ମୃତ
ଭୋପାଳ , ମଧ୍ୟପ୍ରଦେଶରେ ଗତ ୨୪ ଘଂଟାରେ ୧୨,୩୮୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୭୫ ଜଣଙ୍କର ମୃତ୍ୟୁ ଘଟିଛି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮୪,୯୫୭ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୪,୮୬୩ଜଣଙ୍କର ମୃତ୍ୟୁ ଘଟିଛି ।