– ପ୍ଲାଷ୍ଟିକ୍ ବ୍ୟବହାର କମାଇବା , ଡିସପୋଜ ପାଇଁ ପଂ·ୟତରାଜ ବିଭାଗକୁ ନିଦେ୍ର୍ଧଶ
ଭୁବନେଶ୍ୱର – ଆସନ୍ତା ୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବ । ଏବେ କେବଳ ସହରାଂଚଳ ଓ ପୌରାଂଚଳରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲାଗିଥିବା ବେଳେ ଏହି ଦିନ ସୁଦ୍ଧା ଗ୍ରାମାଂଚଳରେ ମଧ୍ୟ ବ୍ୟାନ ହେବ ପ୍ଲାଷ୍ଟିକ ବ୍ୟବହାର । ଅନ୍ୟପକ୍ଷରେ ଏବେ ଗ୍ରାମାଂଚଳରେ ପ୍ଲାଷ୍ଟିକ କମ ବ୍ୟବହାର କରିବା ସହ ଉପଯୁକ୍ତ ଡିସପୋଜ ପାଇଁ ପଂ·ୟତରାଜ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଂଟ ରୁଲ ଅନୁସାରେ ନିଦେ୍ର୍ଧଶ ଦିଆଯାଇଛି ।
ସେହିପରି ପ୍ରତ୍ୟେକ ଜିଲ୍ଳାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଂଟର ନିର୍ମାଣ କରାଯିବ । ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପୂର୍ତ ବିଭାଗ ପ୍ଲାଷ୍ଟିକ ବର୍ଜ୍ୟକୁ ରାସ୍ତାକାମରେ ବ୍ୟବହାର କରିବ । ପ୍ଲାଷ୍ଟିକ୍ ର ବିକଳ୍ପ ଭାବେ କପଡା ଓ କାଗଜ ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶୁକ୍ରବାର ଅନୁÂିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଜଣାଯାଇଛି ।
ସୂଚନାଯୋଗ୍ୟ ଗାନ୍ଧି ଜୟନ୍ତୀରୁ ପ୍ରଥମେ ରାଜ୍ୟର ସବୁ ସହରାଂଚଳରେ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବୋତଲ, ବ୍ୟାଗ , ଥର୍ମୋକୁଲ ଗ୍ଲାସ୍ , ଥାଳି ଆଦି ନିଷେଧ କରାଯାଇଛି । ଏହାସହିତ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲା । ପୂର୍ବରୁ ଗତବର୍ଷ ଅକ୍ଟୋବର ୨ରେ ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ପୁରୀରେ ପ୍ଲାଷ୍ଟିକ ବ୍ୟାନ କରାଯାଇଥିଲା ।