ଭୁବନେଶ୍ୱର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ କରୋନାରେ ୮ ଜଣଙ୍କର ମୃତ୍ୟୁ ଘଟିିଛି । ଏହା ସହିତ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୧୯୭୩ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଜଣେ ୩୮ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ବଲାଙ୍ଗୀର ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଜଣେ ୫୯ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ଜଣେ ୭୫ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ଜଣେ ୫୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲାର ଜଣେ ୪୨ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲାର ଜଣେ ୪୫ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି ।