

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବିଶେଷ ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୃହ ଜିଲ୍ଲା ଝାରସୁଗୁଡ଼ା ତଥା ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ା, ପଡ଼ୋଶୀ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ସମୂହରୁ ଆସୁଛନ୍ତି । ମାତ୍ର ବର୍ତମାନ ସମୟରେ ଏ ସବୁ ଜାଗାରେ ସ୍ଥିତି ସଙ୍ଗୀନ ରହିଛି । ଏହି ଜିଲ୍ଲା ମାନଙ୍କରେ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ହୋଇପାରୁନାହିଁ । ପ୍ରଥମତଃ କୋଭିଡ଼୍ ଟେଷ୍ଟିଂ ରିପୋର୍ଟ ପାଇବା ପାଇଁ ୪ ଦିନ ଅପେକ୍ଷା କରିବାକୁ ପଡ଼ୁଛି । ଆରଟିପିସିଆର ଟେଷ୍ଟ୍ କମ୍ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ବୁର୍ଲାରେ ଏବଂ ରାଉରକେଲାରେ କେବଳ ଟେଷ୍ଟିଂ ସୁବିଧା ରହିଛି । ଗୋଟେ ରୋଗୀର ସାମ୍ପଲ ଆସି ରୋପୋର୍ଟ ପହଁଚିବା ପାଇଁ ୭୨ ଘଂଟାରୁ କମ୍ ସମୟ ଲାଗୁନାହିଁ । ରୋଗୀ ବଂଚିବ ନା ମରିଯିବ । ଆବଶ୍ୟକ ତୁଳନାରେ କେତେ ସଂଖ୍ୟକ ଟେଷ୍ଟିଂ ସୁବିଧା ଅଛି ମନ୍ତ୍ରୀ ମହୋଦୟ ଉତର ଦେବେ କି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ସେହିପରି ଦ୍ୱିତୀୟତଃ ଯେତେବେଳେ ଟେଷ୍ଟିଂ କରାଯାଉନାହିଁ ଏବଂ କମ୍ ସଂଖ୍ୟକ ଟେଷ୍ଟିଂ କରୁଥିବା ଲୋକମାନେ କୋଭିଡ୍ ହୋଇଛି କି ନାହିଁ ଆଶା ଆଶଙ୍କାରେ ରହୁଛନ୍ତି । ତେଣୁ ଟ୍ରେସିଂ କିପରି କରାଯିବ? ତୃତୀୟତଃ ପଶ୍ଚିମ ଓଡ଼ିଶାରେ ଟ୍ରିଟମେଂଟ ପାଇଁ ଭିତିଭୂମି ନାହିଁ । ବେଡ୍ର ବ୍ୟବସ୍ଥା ନାହିଁ । ଭେଂଟିଲେଟର ନାହିଁ । ଅକ୍ସିଜେନ୍ କମ୍ ଅଛି । ଏହା ପ୍ରାଇମେରୀ ବିଷୟ । ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ଗାଇଡଲାଇନର ଉଲ୍ଲଂଘନ କରାଯାଉଛି ।ପଶ୍ଚିମ ଓଡ଼ିଶାର ମନ୍ତ୍ରୀ ନବ ଦାସଙ୍କ ଦାୟିତ୍ୱ ସମଗ୍ର ରାଜ୍ୟର ଥିବା ବେଳେ ନିଜର ଗୃହ ଜିଲ୍ଲାକୁ ସମ୍ଭାଳୁ ପାରୁନାହାନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ଛତିଶଗଡକୁ ଲାଗିଥିବା ବେଳେ ତାଙ୍କ ପାଇଁ ଏହି କଠିନ ସମୟରେ ଆହ୍ୱାନ ବହୁତ ଗୁଡ଼ିଏ ଅଛି । ସେ ନିଜ ଗୃହ ଜିଲ୍ଲାର ତ ଦାୟିତ୍ୱ ସମ୍ଭାଳି ପାରୁନାହାନ୍ତି ତେବେ ରାଜ୍ୟର ଦାୟିତ୍ୱ କେମିତି ସମ୍ଭାଳିବେ ନା ଖାଲି ନିଜ ସୁଉଖିନକୁ ପୂରା କରିବା ପାଇଁ କେବଳ ସ୍ୱାସ୍ଥ୍ୟ ମନ୍ତ୍ରୀ ?
ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ସଂଖ୍ୟକ ବ୍ୟବସ୍ଥା କରାଯାଇ ପ୍ରଧାନମନ୍ତ୍ରୀଙ୍କ ଟେଷ୍ଟିଂ, ଟ୍ରେସିଂ ଏବଂ ଟ୍ରିଟମେଂଟ୍ ଆହ୍ୱାନକୁ ମନ୍ତ୍ରୀ ନବ ଦାସ ପ୍ରଧାନ୍ୟ ଦିଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ।