ଭୁବନେଶ୍ୱର, ଓଡିଶାରେ ବର୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ସେ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ଏହା ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିବ କି ନାହିଁ ତାହା ଅନୁଧ୍ୟାନ ଚାଲିଥିବା ସେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଦ୍ୱିତୀୟ ଡୋଜ ନେବା ପରେ ସଂକ୍ରମଣ କମ ହେବା ଆଶଙ୍କା ରହିଛି । ତେଣୁ ୨ୟ ଡୋଜ ନେବା ପାଇଁ ସେ ଲୋକ ମାନଙ୍କୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକା ଦେବେ ନାହିଁ । ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ୬୦୦ ଟଙ୍କାରେ ଟିକା କିଣିବେ । ଓଡ଼ିଶାରେ ୫୪ ଲକ୍ଷ ଡୋଜ କରାଯାଇଛି । ଟିକା ନେଲେ ମୃତ୍ୟୁ ହାର କମ୍ ରହିବ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି । ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ । ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ ଓ ସୋମବାର ଠାରୁ ଶୁକ୍ରବାର ଟୀକା କରଣ ଚାଲୁରହିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଟିକା ଅଭାବରୁ ୮୦୦ କେନ୍ଦ୍ର ବନ୍ଦ ଅଛି । ୧୮ବର୍ଷରୁ ୧ତାରିଖରୁ ଟିକାକରଣ ହେବ । ଏନେଇ ଭାରତ ସରକାର ଗାଇଡଲାଇନ ଦେଲେ ସେହି ଅନୁସାରେ ଟିକାକରଣ ହେବ ।