-
ଅନୁକୂଳରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ କର୍ମକର୍ତ୍ତା ଓ କଟକ ଜିଲ୍ଲାପାଳ ଉପସ୍ଥିତ ଥିଲେ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଜି ପବିତ୍ର ରାମ ନବମୀ ଅବସରରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ରଥ କାଠ ଚିରଟ ଅନୁକୂଳ ଅନୁଷ୍ଠିତ ହୋଇଥିଲା। କଟକ ଖପୁରିଆ ସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମର କରତ କଳରେ ଏହି କାର୍ଯ୍ୟ ସମ୍ପନ୍ନ ହେଉଛି । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ‘ମାଳ ମାହାର୍ଦ୍ଦ’ ପାଇବା ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ରଥ ନିର୍ମାଣ ସହ ଜଡ଼ିତ ସେବକ, କଟକ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।