କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ନୀଳଚକ୍ର ନଗର ପାଣି ଟାଙ୍କି ପାଖ ବାସିନ୍ଦା ମାନେ ଗତ ତା ୨୩/୦୩/୨୦୨୧ ରିଖ ରାତି ପ୍ରାୟ ୧୧ ଘଂଟିକା ସମୟରେ କଲୋନୀରୁ ହଠାତ ବିଦ୍ୟୁତ ବିଛିନ୍ନ ହୋଇଯାଇଥିଲା |ପରଦିନ ସକାଳ ୬ ଘଂଟିକା ସମୟରେ ବିଦ୍ୟୁତ କାର୍ଯ୍ୟାଳୟ ଯାଇ ଅଭିଯୋଗ କରିବା ପରେ ଦୁଇଜଣ ଲାଇନ ମ୍ୟାନ ଆସି ବିଦ୍ୟୁତ ସଂଯୋଗ କରିବା ବେଳେ ପାଖ ବସ୍ତିର ସୁକାନ୍ତି ପଣ୍ଡା ନାମକ ଜନୈକ ମହିଳା ଆସି ବିଦ୍ୟୁତ ସଂଯୋଗ କରାଇ ଦେଇ ନ ଥିଲେ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ |ଏହା ପରେ ଜୁନିଅର ଇଞ୍ଜିନୟର ନିଜେ ଆସି ଆପୋଷ ବୁଝାବଣା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା |ସେହି ଜନୈକ ମହିଳା ଆମ୍ଭ ବାସିନ୍ଦା ମାନଙ୍କ ଠାରୁ ବହୁ ଆଗରୁ ବିଦ୍ୟୁତ ସଂଯୋଗ ଆଣିବା ପାଇଁ ଅର୍ଥ ଦାବୀ କରି ଆସୁଛନ୍ତି ଓ ଏବେ ମଧ୍ୟ ସେହି ଅର୍ଥ ପାଇବା ଆଶାରେ ଆମ୍ଭ ମାନଙ୍କୁ ବହୁ ହଇରାଣ ମଧ୍ୟ କରି ଆସୁଛନ୍ତି |ତେବେ ସେହିଦିନ ମଧ୍ୟ ସେହିପରି ସମସ୍ୟା ସୃଷ୍ଟି କରି ସେ ବହୁତ ଅସହଯୋଗ କରିଥିଲେ ଯାହା ଫଳରେ ଜୁନିଅର ଇଞ୍ଜିନୟରଙ୍କ ପ୍ରଚେଷ୍ଟାରେ ଚାରିନଳା ଗ୍ରାମରୁ ସାମୟିକ ବିଦ୍ୟୁତ ସଂଯୋଗ କରାଇଥିଲେ |
ଅଭିଯୋଗ ହୋଇଥିବା ମହିଳା ଜଣକ ସେଠାକାର ଏକ ପେଷାଦାର ଅପରାଧୀ(ଟିକି ଖାଁ) ଙ୍କ ଶାଶୁ | ସେଠାରେ ସେ ଅନ୍ଧାରରେ ଧଳା ଯହର ବେପାର କରିବା ସହ ଶାଶୁ ଜୋଇଁ ମିଶି ସେଠାରେ ଯେଉଁମାନେ ନୂତନ ଘର କାମ କରନ୍ତି ତାଙ୍କ ଠାରୁ ଦାଦା ବଟି ଆଦାୟ କରି ବିଭିନ୍ନ ସମୟରେ ସେଠାରେ ଆତଙ୍କ ରାଜ୍ ସୃଷ୍ଟି କରନ୍ତି।
ନୀଳଚକ୍ର ନଗର ପାଣି ଟାଙ୍କି ପାଖରେ ସମୁଦାୟ ୩୦ ଟି ପରିବାର ବାସ କରୁଅଛୁ ଏବଂ ବିଦ୍ୟୁତ ଉପରେ ନିର୍ଭର କରୁଅଛୁ କିନ୍ତୁ ଆମ୍ଭ ମାନଙ୍କ ଘରେ ସଂଯୋଗ ହୋଇଥିବା ସମସ୍ତ ଉପକରଣ ଗୁଡିକ ଲୋ ଭୋଲ୍ଟେଜ ପାଇଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ |ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ନୀଳଚକ୍ର ନଗର ପାଣି ଟାଙ୍କି ପାଖ ବାସିନ୍ଦା ଚିତ୍ତରଞ୍ଜନ ସାହୁ, ସୁଶାନ୍ତ କୁମାର ମିଶ୍ର,ଟିକିନା ବେହେରା, ସଂଯୁକ୍ତା ମିଶ୍ର, ଅର୍ଣ୍ଣପୂର୍ଣ୍ଣା ପାତ୍ର, ରବୀନ୍ଦ୍ର ନାଥ ସାହୁ, ବିଶ୍ୱମ୍ବର ଦାସ, ପଦ୍ମଚରଣ ପ୍ରଧାନ, ସୁବାଷ ଚନ୍ଦ୍ର ଜେନା, ଶରତ ପରିଡା, ବସନ୍ତ କୁମାର କର, ମଳୟ ପ୍ରଧାନ, ତ୍ରିନାଥ ଦାଶ, ଗଦାଧର ରଥ, ରାଜ କିଶୋର ପାଢ଼ୀ, ଇନ୍ଦ୍ରଜିତ ବଡ଼ଜେନା ପ୍ରମୁଖ ଏବେ ଚାରିନଳା କନିଷ୍ଠ ଯନ୍ତ୍ରୀ (ବିଦ୍ୟୁତ) ଙ୍କ କାର୍ଯ୍ୟାଳୟ ନିକଟରେ ଲିଖିତ ଅଭିଯୋଗ ସହିତ ନ୍ୟାୟ ଅପେକ୍ଷାରେ |