ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତର ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନେ୍ଦହଜନକ ମୃତୁ୍ୟ ପ୍ରସଙ୍ଗକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ୧୧ ଜଣିଆ ‘ତଥ୍ୟ ଅନୁଧ୍ୟାନକାରୀ କମିଟି’ ଗଠନ କରିଛନ୍ତି । ଉକ୍ତ ୧୧ ଜଣିଆ କମିଟିରେ ବରିÂ କଂଗ୍ରେସ ନେତା ତଥା ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ୍ ଅଧ୍ୟକ୍ଷ ରହିଛନ୍ତି ।
ସେହିପରି ବରିÂ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଶାସକ ବଟକୃଷ୍ଣ ତି୍ରପାଠୀ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦିତା ପରିଡା, କଂଗ୍ରେସ ନେତ୍ରୀ ତଥା ଧର୍ମଶାଳା ବିଧାୟିକା ପ୍ରାର୍ଥôନୀ ଶ୍ରୀମତୀ ସ୍ମୃତିରେଖା ପହି, ଯାଜପୁର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ରିତାଶ୍ରୀ ମହାନ୍ତି, ବରିÂ କଂଗ୍ରେସ ନେତା ସୁଦର୍ଶନ ଦାସ, ସତ୍ୟପ୍ରକାଶ ନାୟକ, ମନୋଜ ରାଉତ, ଶ୍ରୀମତୀ ରଂଜିତା ରାଉତ, ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ବଳଭଦ୍ର ଦାସ ପ୍ରମୁଖ ସଦସ୍ୟ ରହିଛନ୍ତି ।
ଆଜି ସୁଦ୍ଧା କମିଟି ଘଟଣାସ୍ଥଳ ଗସ୍ତ କରି ସବିଶେଷ ତଥ୍ୟ ସଂଗ୍ରହ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଖୁବ୍ଶୀଘ୍ର ତଥ୍ୟ ପ୍ରଦାନ କରିବାକୁ ପିସିସି ସଭାପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପଦ୍ମାକର ଗୁରୁ ଅନୁରୋଧ କରିଛନ୍ତି ।